ପ୍ରତିଭା ଥିଲେ ବି ଚପାଇ ଦିଆଯାଉଛି : କ୍ଷୀରୋଦ 

ଭୁବନେଶ୍ୱର: (୧୨/୦୪) ସ୍ୱତନ୍ତ୍ରବାର୍ତା ବ୍ୟୁରୋ ଅନ୍ତଃଜୋନ୍‌, ଚ୍ୟାଲେଞ୍ଜର ଟ୍ରଫି, ଏମର୍ଜିଂ ଏସିଆ କପ୍ ଓ ଆନ୍ତର୍ଜାତିକ ଦଳଙ୍କ ସହିତ ଅଭ୍ୟାସ ମ୍ୟାଚ୍‌, ସବୁଥିରେ ଓଡ଼ିଆ ଝିଅ ସୁଶ୍ରୀ ଦିବ୍ୟଦର୍ଶିନୀଙ୍କୁ ଦେଖିବାକୁ ମିଳୁଛି । ଗତ ୧୦ ବର୍ଷ ଧରି ନିୟମିତ ଭାବେ ଏସବୁ ଜାତୀୟସ୍ତରୀୟ ପ୍ରତିଯୋଗିତାରେ ସେ ଖେଳିଆସୁଥିଲେ ମଧ୍ୟ ଭାରତୀୟ ଦଳ କିମ୍ବା ମହିଳା ପ୍ରିମିୟର ଲିଗ୍ (ଡବ୍‌ଲ୍ୟୁପିଏଲ୍‌) ଭଳି ଶୀର୍ଷସ୍ତରରେ ସେ ପହଞ୍ଚିପାରୁ ନାହାନ୍ତି । ତଥାପି ହାର୍ ନମାନି ନିରନ୍ତର ଅଭ୍ୟାସ ଜାରି ରଖିବା ସହିତ ପ୍ରତ୍ୟେକ ବାଧାକୁ ଅତିକ୍ରମ କରିବାର ସତ୍‌ସାହସ ଦେଖାଇ ଚାଲିଛନ୍ତି । ହେଲେ ପ୍ରତ୍ୟେକ ଥର ତାଙ୍କୁ ଯେତିକି ସୁଯୋଗ ମିଳିବା କଥା ସେତିକି ମିଳୁ ନଥିବା ତାଙ୍କ ପ୍ରଶିକ୍ଷକ କ୍ଷୀରୋଦ ବେହେରା ଅଭିଯୋଗ କରିଛନ୍ତି । ସୁଶ୍ରୀଙ୍କ ବ୍ୟାଟିଂ ଓ ବୋଲିଂ ଅନ୍ୟମାନଙ୍କଠାରୁ ଢେର୍ ଉଚ୍ଚକୋଟୀର । କିନ୍ତୁ ଯେଉଁ ଆନ୍ତର୍ଜାତିକ ଖେଳାଳିମାନେ ତାଙ୍କ ଦଳରେ ରହୁଛନ୍ତି, ସେମାନେ ବ୍ୟକ୍ତିଗତ ପ୍ରଦର୍ଶନକୁ ଗୁରୁତ୍ୱ ଦେବାକୁ ଯାଇ ଅନ୍ୟମାନଙ୍କୁ ପର୍ଯ୍ୟାପ୍ତ ସୁଯୋଗ ଦେଉ ନଥିବା କ୍ଷୀରୋଦ କହିଛନ୍ତି । ଗୁରୁବାର ଶେଷ ହୋଇଥିବା ଅନ୍ତଃଜୋନ୍ ବହୁଦିବସୀୟ ଟ୍ରଫିରେ ପୂର୍ବାଞ୍ଚଳର ତିନିଟି ମ୍ୟାଚ୍‌ରୁ ସୁଶ୍ରୀ ଦୁଇଟି ଖେଳିଥିଲେ । ପ୍ରଥମ ମ୍ୟାଚ୍‌ରେ ଉତ୍ତରପୂର୍ବାଞ୍ଚଳ ବିପକ୍ଷରେ ସେ ୫ ରନ୍ କରିଥିଲା ବେଳେ ୨ ୱିକେଟ୍ ଅକ୍ତିଆର କରିଥିଲେ । ସେମିଫାଇ

ପ୍ରତିଭା ଥିଲେ ବି ଚପାଇ ଦିଆଯାଉଛି : କ୍ଷୀରୋଦ